ଅଜଣା ଭାରିଯାନ ଧକ୍କାରେ କଲରାପତରିଆର ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ମୁଜାଗଡ଼ ଗାଁ ନିକଟ ମୁଖ୍ୟ ରାସ୍ତାରୁ କଲରାପତରିଆର ମୃତ୍ୟୁଦେହ ଉଦ୍ଧାର ହୋଇଛି।

ଗୁରୁତର ଅବସ୍ଥାରେ ପଶୁ ଚିକିତ୍ସାଳୟ ନେବା ବେଳେ ବାଟରେ ମୃତ୍ୟୁ ଘଟିଥିଲା। ବାଘର ବୟସ ୨ରୁ ୩ ବର୍ଷ ହେବ। ଦୁର୍ଘଟଣାକୁ ନେଇ ବନବିଭାଗର ତଦନ୍ତ କରୁଛି।

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା

ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।

ଗଞ୍ଜାମ ଜିଲ୍ଲା ତାରାସିଂ ଥାନା କୁପାଟି ଗାଁରେ ବିଦ୍ୟୁତ ଉପଭୋକ୍ତାର ଉନ୍ମତ୍ତ କାଣ୍ଡ। ହତ୍ୟା ପରେ ଅଭିଯୁକ୍ତ ଫେରାର୍ ଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ନିକଟ ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ଜବତ କରି ମେଡିକାଲ ପଠାଗଲା।

ବସ୍‌ ସହ ମୁହାଁମୁହିଁ ଧକ୍କା, ବାଇକ୍‌ ଆରୋହୀ ଯବାନଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡ଼ାବିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ମୃତକ ଜିତେନ୍ଦ୍ର ପାଢ଼ୀ। ସେ ପଞ୍ଜାବରେ BSF ଯବାନ ଭାବେ କାର୍ଯ୍ୟରତ ଥିଲେ। ମୃତ୍ୟୁ ପୂର୍ବରୁ ରିଲ୍‌ସ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ।

ପରିବାରର ୪ ଜଣଙ୍କୁ ହାଣିପକାଇଲା ପୁଅ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ କୁରାଢ଼ିରେ ହାଣି ପକାଇଥିଲା। ବାପା, ମାଆ, ଭଉଣୀ, ଭାଇବୋହୂ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।

ଦୁଇ ଭାଇଙ୍କୁ ଅପହରଣ ନୁହେଁ, ଉଠାଇ ନେଇଛି କର୍ଣ୍ଣାଟକ ପୁଲିସ

ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ ଅଭିଯୋଗ ଘଟଣାରେ ବିଶାଖାପାଟଣାର ଏକ ହୋଟେଲ୍‌ରୁ ଉଭୟଙ୍କୁ ଠାବ କରିଛି ପୁଲିସ।

ଦୁଇ ଭାଇ ଠାବ ହୋଇଥିବା ଗଞ୍ଜାମ ଏସ୍‌ପି ସ୍ପଷ୍ଟ କରିଛନ୍ତି। ତେବେ ଉଭୟଙ୍କୁ ଅପହରଣ କରାଯାଇ ନଥିବା ଗଞ୍ଜାମ ପୁଲିସ ସୂଚନା ଦେଇଛି।
ଏକ ମାମଲାରେ ଉଭୟଙ୍କୁ କର୍ଣ୍ଣାଟକ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି।

ଏମ୍‌ସ ଡାକ୍ତର କହି କ୍ଲିନିକ ଖୋଲିଥିବା ଯୁବକ ଗିରଫ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାର ଏକ ଘରୋଇ କ୍ନିନିକରୁ ନକଲି ଡାକ୍ତରକୁ ଗିରଫ କରିଛି ଦିଗପହଣ୍ଡି ଥାନା ପୁଲିସ।

ସେ ସାନଖେମୁଣ୍ଡି ସହ କଟକ ରାଣୀହାଟରେ ବି କ୍ନିନିକ ଖୋଲିଥିଲା।
ଗିରଫ ନକଲି ଡାକ୍ତର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ସୂଚନା ମିଳିଛି। +୨ ପାଠ ପଢ଼ି ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲା। ୨୦୨୦ରେ ତେଲେଙ୍ଗାନା ପୁଲିସ ଦ୍ବାରା ମଧ୍ୟ ଗିରଫ ହୋଇଥିଲା।

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଲ୍‌ର ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ଭଞ୍ଜନଗର ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ଚୋରି ମାମଲାରେ ଗିରଫ ହୋଇ ଜେଲ୍‌ ଆସିଥିଲେ। ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Nuakhai wishes