ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବଡଜୀଉନା ପଞ୍ଚାୟତରେ ଥିବା ଇନ୍ଦିରା ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ଦିନ ହେବ ଜଣେ ଶିକ୍ଷକରେ ଚାଲିଥିବା ବେଳେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୩୫ଟି ପିଲା ପାଠ ପଢନ୍ତି l

ଏହି ଗ୍ରାମର ସାଧାରଣ ଲୋକ ଏହାକୁ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ଲୋକ କହିଛନ୍ତି l

ଏମ୍‌ଡିଏମ୍ ଦୁର୍ନୀତି ମାମଲାରେ ୨ଠିକା ସଂସ୍ଥାକୁ ନୋଟିସ୍

ସ୍କୁଲରେ ଏମ୍‌ଡିଏମ୍ ଚାଉଳ ବଣ୍ଟନ ଦୁର୍ନୀତି ମାମଲାରେ ୨ ଠିକା ସଂସ୍ଥାକୁ କୋରାପୁଟ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଓମ୍ ଏଣ୍ଟରପ୍ରାଇଜେସ୍ ସୁନାବେଡ଼ା, ସିଙ୍ଘଲ ଟ୍ରାନ୍ସପୋର୍ଟ ଜୟପୁରକୁ ନୋଟିସ୍ କରି ୭ ଦିନ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ।

30 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟର କୁମ୍ବିଗୁଡା ଛକରେ ଏକ କାରରେ ଆନ୍ଧ୍ର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ 349 କିଲୋ ଗଞ୍ଜେଇ ପୁଲିସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l
ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

ଭୁବନେଶ୍ୱର -ଜୟପୁର ପରୀକ୍ଷାମୂଳକ ବିମାନ ଉଡାଣ

ଆଜି ଭୁବନେଶ୍ୱରରୁ ଜୟପୁର ପରୀକ୍ଷାମୂଳକ ଏୟାର ଇଣ୍ଡିଆ ୱାନ ବିମାନ ଉଡାଣ ହୋଇଥିବା ବେଳେ ସେଥିରେ କେବଳ ବିମାନ କର୍ମଚାରୀ ଯାତ୍ରା କରିଥିଲେ l
ବିମାନଟି ସକାଳ 10 ଟା 35ରେ ଉଡାଣ ଆରମ୍ଭ କରିଥିଲା l

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଯୁବକ ଯୁବତୀ ମୃତ

କୋରାପୁଟ ଜିଲ୍ଲା ଏନ୍ଏଚ୍ ୨୬ ସଦର ଥାନା ଆମ୍ବାଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଯୁବକଙ୍କ ଘର ନବରଙ୍ଗପୁର ଓ ଯୁବତୀଙ୍କ ଘର ଜୟପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲା ମୁଶୁରି ଗାଁ ଜଙ୍ଗଲରେ ୨୧୨ କେଜି ଗଞ୍ଜେଇ ୟୁପି ଚାଲାଣ ପାଇଁ ଲୋଡିଂ ବେଳେ ଧରିଛି ମାଛକୁଣ୍ଡ ଓ ଲମତାପୁଟ ପୁଲିସ।

ଏହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବା। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ସମେତ ୨ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।

ମାଓବାଦୀ ପୋତିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ଗରମପାଣି ଜଙ୍ଗଲରେ ଆଜି ଡିଭିଏଫ ଓ ବିଏସଏଫ ଯବାନ ମାନେ କମ୍ବିଂ ଅପରେସନ କରି ମାଓବାଦୀ ମାନେ ପୋତିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି l
ଜବତ ଅସ୍ତ୍ର ମଧ୍ୟରେ ଅଛି 47 ଟି ଏକେ -47 ଗୁଳି, 103 ଟି ଅନ୍ୟାନ୍ୟ ଗୁଳି, 95 ଟି ଜିଲେଟିନ ଷ୍ଟିକ ଏବଂ ଅନ୍ୟ ବିସ୍ଫୋରକ ଅଛି l

Nuakhai wishes