କୋରାପୁଟରେ ବିଏସଏଫର ମିନି ମାରାଥନ

ଆଜାଦୀ କି ଅମୃତ ମହୋତ୍ସବ ଅନ୍ତର୍ଗତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆଜି ବିଏସଏଫ ପକ୍ଷରୁ କୋରାପୁଟରେ 10 କିଲୋମିଟର ବ୍ୟାପୀ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି l

କୋରାପୁଟରେ ପତାକା ଉତ୍ତୋଳନ କରିବେ ପ୍ରୀତି ରଞ୍ଜନ ଘଡେଇ

ଆସନ୍ତା 15 ତାରିଖରେ କୋରାପୁଟରେ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ l

କୋଟପାଡ଼ରେ 24 ଘଣ୍ଟାରେ 194 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡରେ 194, ପଟ୍ଟାଙ୍ଗୀରେ 149, ବୋରିଗୁମ୍ମାରେ 92.8 ଏବଂ ସିମିଳିଗୁଡାରେ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଯୋଗୁ ମୃତ୍ୟୁ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପରକୁଟିଙ୍ଗା ପଞ୍ଚାୟତରେ ଜଣେ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଦୁଇଜଣ ଯୁବକ ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଏକ ଭିଡିଓ ଭାଇରଲ ହେବା ପରେ ଆଜି ପୁଲିସ ଖୋଳତାଡ଼ ଆରମ୍ଭ କରିଛି l
ଘଟଣାଟି ଶୁକ୍ରବାରର ହୋଇଥିବା ବେଳେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l

Nuakhai wishes