ପ୍ରତାପ ଦେବ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଲେ

ପୂର୍ବତନ ମନ୍ତ୍ରୀ ତଥା ଆଳିରୁ ଚାରିଥର ବିଧାୟକ ହୋଇଥିବା ପ୍ରତାପ ଦେବ ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l

ପୁଣି ମନ୍ତ୍ରୀ ପଦକୁ ଫେରିଲେ ଅତନୁ ସବ୍ୟସାଚୀ ନାୟକ

ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l

ରାଜକନିକାରେ ଏଟିଏମ ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଏସ୍ଏନ୍ କଲେଜ ନିକଟ ଏଟିଏମ ଦୁର୍ବୃତ୍ତମାନେ ଭାଙ୍ଗିଦେଇଥିବା ବେଳେ ଟଙ୍କା ଲୁଟ୍‌ କରିପାରିନାହାନ୍ତି।

ରାଜକନିକା ପୁଲିସ ଘଟଣାର ତଦନ୍ତ କରୁଛି।

ସୌମ୍ୟରଞ୍ଜନଙ୍କୁ ମିଳିଲା ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ

କେନ୍ଦ୍ରାପଡ଼ା କ୍ରିଷ୍ଣା ଆର୍ଟ ସ୍କୁଲର କଳା ନିର୍ଦେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାକୃତିର ସ୍ୱର ଶୀର୍ଷକ ଚିତ୍ର ପାଇଁ କଳା କୀର୍ତ୍ତି ଆର୍ଟ ଫାଉଣ୍ଡେସନ ରଞ୍ଚି ଓ ଝାରଖଣ୍ଡ ଦ୍ୱାରା ରାଷ୍ଟ୍ରୀୟ କଳାସମ୍ମାନ ପ୍ରଦାନ କରାଯାଇଛି ।

ଏହି ଚିତ୍ର ସମାଜରେ ଘଟୁଥିବା ସମସାମୟିକ ଘଟଣା ,ପ୍ରାକୃତି ଉପରେ ହେଉଥିବା ଅତ୍ୟାଚାର ଓ ଲୋକମାନଙ୍କର ଅତ୍ୟାଧୁନିକ ଚଳଣି ହେତୁ ସବୁଜ ଭୂମି ନଷ୍ଟ ହେବା ଉପରେ ପର୍ଯ୍ୟବେଷିତ ।

Nuakhai wishes