ଦୟନୀୟ ରାସ୍ତା ପାଇଁ ବିଧାୟକଙ୍କୁ ବିରୋଧ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି।

ପାର୍କ ଉଦ୍‌ଘାଟନ ପାଇଁ ଯାଇଥିବା ବେଳେ ତ୍ରିଲୋଚନପୁରରେ ବିଧାୟକଙ୍କ ଗାଡ଼ିକୁ ଅଟକ ରଖବା ସହ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ। ତୀବ୍ର ବିରୋଧ ପରେ ଉଦ୍‌ଘାଟନ ନ କରି ଫେରି ଆସିଲେ ବିଧାୟକ।

ମହିଳାଙ୍କୁ କାମୁଡ଼ି ମାରିଦେଲା ଭାଲୁ

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ବରାଡଙ୍ଗା ଗାଁର ମହିଳାଙ୍କୁ କାମୁଡ଼ି ମାରିଦେଲା ଭାଲୁ।

ଆକ୍ରମଣ ସ୍ଥଳରେ ହିଁ ମହିଳା ଜଣଙ୍କର ଜୀବନ ଗଲା।

ମହିଳାଙ୍କୁ କାମୁଡ଼ି ମାରିଦେଲା ଭାଲୁ

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ବରାଡଙ୍ଗା ଗାଁର ମହିଳାଙ୍କୁ କାମୁଡ଼ି ମାରିଦେଲା ଭାଲୁ।

ଆକ୍ରମଣ ସ୍ଥଳରେ ହିଁ ମହିଳା ଜଣଙ୍କର ଜୀବନ ଗଲା।

ପାଚିକା ଓ ସହାୟୀକା ସଂଘ ପକ୍ଷରୁ ୬ଦଫା ଦାବିପତ୍ର ପ୍ରଦାନ

ସରକାରୀ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ପାଚିକା ଓ ସହାୟୀକା ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସ୍ବରୂପ ୬ ଗୋଟି ଦାବି ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଚିକା ସହାୟୀକା ମଜଦୁର ସଂଘ ପକ୍ଷରୁ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।

ସରପଞ୍ଚ ମାନଙ୍କ ଦ୍ଵାରା ନୂତନ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କୁ ଥୁଆମୂଳ ରାମପୁର ବ୍ଲକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ମଙ୍ଗଳବାର ବ୍ଲକ ସରପଞ୍ଚ ସଂଘର ସଭାପତି ବଳଭଦ୍ର ଜାନୀଙ୍କ ନେତୃତ୍ୱରେ ସରପଞ୍ଚ ସମୂହ ମିଳିତ ହୋଇ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଉପସ୍ଥିତିରେ ନୂତନ ବିଡିଓଙ୍କ ସହିତ ଆଲୋଚନା କରିଥିଲେ ସରପଞ୍ଚ ସଂଘ।

କଳାହାଣ୍ଡି ୟୁନିଭର୍ସିଟି ନାଁ ହେଲା ମା’ ମାଣିକେଶ୍ବରୀ ୟୁନିଭର୍ସିଟି

କଳାହାଣ୍ଡି ୟୁନିଭର୍ସିଟି ନାଁ ପରିବର୍ତ୍ତନ କରି ମା’ ମାଣିକେଶ୍ବରୀ ୟୁନିଭର୍ସିଟି କରାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଲକ୍ଷ୍ମୀ ବସ୍‌ ଲୋକାର୍ପଣ ସମାରୋହରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍‌

ସବୁଜ ପତାକା ଦେଖାଇ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅତ୍ୟାଧୁନିକ ଭବାନୀପାଟଣା ବସ୍‌ଷ୍ଟାଣ୍ଡର ମଧ୍ୟ ଉଦଘାଟନ କରିଛନ୍ତି।

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପଣ କରିଛନ୍ତି।

କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭିୟ। ମେଡିକାଲ କଲେଜ ଲୋକାର୍ପିତ ପରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବଦଳିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ।

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମସାଗରପଡ଼ା ନିକଟ ଗଛରୁ ମୃତଦେହ ଉଦ୍ଧାର କରିଛି ପୁଲିସ।

ମୃତକ ରାମସାଗରପଡ଼ାର, ରାତିରେ ଘରୁ ବାହାରି ଆଉ ଫେରିନଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗୁଡ଼ିୟାଲି ପଦର ରେତ୍ କେନାଲରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ସହରର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି।ଗତକାଲି କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ।

Nuakhai wishes