କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍‌

ସବୁଜ ପତାକା ଦେଖାଇ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅତ୍ୟାଧୁନିକ ଭବାନୀପାଟଣା ବସ୍‌ଷ୍ଟାଣ୍ଡର ମଧ୍ୟ ଉଦଘାଟନ କରିଛନ୍ତି।

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପଣ କରିଛନ୍ତି।

କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭିୟ। ମେଡିକାଲ କଲେଜ ଲୋକାର୍ପିତ ପରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବଦଳିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ।

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମସାଗରପଡ଼ା ନିକଟ ଗଛରୁ ମୃତଦେହ ଉଦ୍ଧାର କରିଛି ପୁଲିସ।

ମୃତକ ରାମସାଗରପଡ଼ାର, ରାତିରେ ଘରୁ ବାହାରି ଆଉ ଫେରିନଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗୁଡ଼ିୟାଲି ପଦର ରେତ୍ କେନାଲରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ସହରର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି।ଗତକାଲି କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ।

ଅଜଣା ଗାଡ଼ି ଧକ୍କାରେ ଯୁବତୀ ମୃତ, ଯୁବକ ଗୁରୁତର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବୃନ୍ଦାବାହାଲ ଛକରେ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଯୁବକଙ୍କ ମୃତ୍ୟୁକୁ ନେଇ ଜୟପାଟଣାରେ ରାସ୍ତାରୋକ

ହତ୍ୟା ଅଭିଯୋଗରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଭବାନୀପାଟଣା ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। ଘରୁ ଡାକି ନେଇ ପୁଅକୁ ମାରି ଦେଇଥିବା ପରିବାରର ଅଭିଯୋଗ କରିଛନ୍ତି।

ଲାଞ୍ଚନେଇ ଧରାପଡ଼ିଲେ ଏମ୍‌ଆଇ

କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକ ଅଫିସରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏମ୍‌ଆଇ ସୁଶାନ୍ତ ମଲ୍ଲିକ।

ଜଣଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ।

ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଧର୍ମଗଡ ବନ୍ଦ ଡାକରା

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଧର୍ମଗଡ଼, କୋକସରା, ଗୋଲମୁଣ୍ଡା ଓ କଲମପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଧର୍ମଗଡ଼ ଉପଖଣ୍ଡରେ ଗାଡ଼ି ଚାଳନା ଓ ଦୋକାନ ବଜାର ବନ୍ଦ ରହିଛି।

ବଡ଼ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

ଭବାନୀପାଟଣା ସଦର ଥାନା ସିକେରଗୁଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ଅଭିଯୁକ୍ତ ପୁତୁରା ସମେତ ୩ ଜଣଙ୍କୁ ଅଟକ ରଖିଲା ପୋଲିସ।

ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେବୀ ବି ପଦ୍ମ ଧରିଲେ।

ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଉଭୟ ସାମିଲ ହେଲେ।

Nuakhai wishes