ବିଜେଡି ନେତା ଦିଲୀପ ନାୟକଙ୍କୁ ଗିରଫ କଲା EOW

କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍‌ ବିଜନେସ୍‌ରେ ସାଢ଼େ ୭ କୋଟି ଫ୍ରଡ୍‌ କରିଥିବା ଅଭିଯୋଗ ରହିଛି।

ଆଜି OPID କୋର୍ଟରେ ଦିଲୀପଙ୍କୁ ହାଜର କରିବ EOW।

୪ ଦିନ ହେଲାଣି କଟକ ସହରରୁ ଉଠୁ ନାହିଁ ଅଳିଆ

କଟକ ସହରରେ ଅଳିଆ ଉଠୁନଥିବା ନେଇ କଟକ ମହାନଗର ନିଗମ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସକୁ ଅବଗତ କରିଛି କହିଛନ୍ତି ଜିଲ୍ଲାପାଳ।

ବାଙ୍କୀ ଚକ୍ରଧରପୁରରେ ଅଳିଆ ପକାଇବାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଅଳିଆ ଆବର୍ଜନା ପକାଇବାକୁ ବନ୍ଦ କରିପାରିବେ ନାହିଁ, ଆବଶ୍ୟକ ହେଲେ ୧୬୩ BNS ଲାଗୁ କରାଯାଇ ଅଳିଆ ପକାଯିବ କହିଛନ୍ତି ଜିଲ୍ଲାପାଳ।

ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ହେବ। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’। ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ କହିଛନ୍ତି ଜିଲ୍ଲାପାଳ।

ମହାନଦୀ ପଠାରେ ଫସିଲେ ହାତୀ ପଲ

ଚନ୍ଦକା ଅଭୟାରଣ୍ୟରୁ ଫେରିବା ବେଳେ କଟକ ବାଙ୍କୀ ଭଗିପୁର ପଠାରେ ଫସିଲେ ହାତୀପଲ। ସୁକାଶନ ଜଙ୍ଗଲରୁ ଚନ୍ଦକା ଫେରୁଥିଲେ, ଭଗିପୁର ନଦୀ ପଠାରେ ୧୭ ହାତୀ ଥିବା ସୂଚନା ମିଳିଛି।

କ୍ଷୀର ଅପମିଶ୍ରଣ ବେଳେ ପୁଲିସର ଚଢ଼ାଉ

ଆଠଗଡ଼ ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ଚଢ଼ାଉ କରିଛି। ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଧରାପଡ଼ିଲା। କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଫେରାର୍‌ ଅଛି। ଘଟଣାସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା ସୂଚନା ମିଳିଛି।

ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ‘ଆମ ବସ୍‌’

କଟକ ଗଣେଶ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ ଅଟକ ରଖାଯାଇଛି। ଗୁରୁତର ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗ୍ରାହକଙ୍କୁ ମାଡ଼ ମାରିଲେ ବ୍ୟାଙ୍କ କର୍ମଚାରୀ, ସିସିଟିଭିରେ ରେକର୍ଡ

କଟକ ମହତାବ ରୋଡ୍‌ରେ ଥିବା ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ମାଡ଼ ମାରିଛନ୍ତି। ଜଣେ ଗ୍ରାହକ ଏଡି କୋଡ୍‌ ପାଇଁ ବାରମ୍ବାର ଦଉଡ଼ି ନିରାଶ ହୋଇଥିଲେ। ମ୍ୟାନେଜରଙ୍କ ପାଖେ ଅଭିଯୋଗ କଲାପରେ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି। ବାଦାମବାଡି ଥାନାରେ ଏତଲା ପରେ ସିସିଟିଭି ଫୁଟେଜ୍‌ ଜବତ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ହଠାତ୍ ଜଳସ୍ତର ବଢ଼ିବାରୁ କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ

କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସିଛନ୍ତି ଗୋରୁପଲ। ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ।

ହୀରାକୁଦର ୨୪ ଗେଟ୍‌ ଖୋଲା ଥିବାରୁ ହଠାତ୍ ବଢ଼ିଛି ଜଳସ୍ତର।

କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଅନୁମତି

ଦୁର୍ଗାପୂଜା ପୂର୍ବରୁ ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି, ଖାନ୍‌ନଗର, ମାଲଗୋଦାମ, ଶିଖରପୁରରେ ସୁଉଚ୍ଚ ତୋରଣ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ।

ଦୁଇ ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ।

ଏମ୍‌ସ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ୍ ମଜୁମଦାର

ସଙ୍ଗୀତକାର ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି।

Nuakhai wishes