ହାଇୱାକୁ ପଛରୁ ପିଟିଲା ବସ୍‌; ୪ ଆହତ

କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଗୋଲେଇ ଛକ ନିକଟରେ ବସ୍‌ ଦୁର୍ଘଟଣା ଘଟିଛି।

୪ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୪୦ ଯାତ୍ରୀଙ୍କୁ ଧରି କଟକରୁ ନରସିଂହପୁର ଯାଉଥିଲା ବସ୍‌।

ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ହାଇକୋର୍ଟରେ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ ହୋଇଛି।

ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ।ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍। ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ।

ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ହାଇକୋର୍ଟରେ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ ହୋଇଛି।

ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ।ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍। ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ।

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ।

ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ କଲେ। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ।

ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରେଶ୍ବର ଥାନା ଏଏସଆଇ

ଭଦ୍ରେଶ୍ବର ଥାନା ପରିସରରେ ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଧରିଲା ଭିଜିଲାନ୍ସ।

ଏକ ମାମଲାରେ ଦଫା କୋହଳ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ।

ବାରବାଟୀ ଷ୍ଟାଡିୟମ ଭଙ୍ଗାଯିବା ନିଷ୍ପତ୍ତିକୁ ବିରୋଧ କଲେ ବିଜେପି ବିଧାୟକ

ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତି ପ୍ରସଙ୍ଗକୁ ବିରୋଧ କଲେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରୀଡ଼ାବିତଙ୍କ ମନକୁ ଆନ୍ଦୋଳିତ କରୁଛି,ଶହ ଶହ କୋଟିର ଭିତ୍ତିଭୂମି ତିଆରି ଦ୍ୱାରା କ୍ରୀଡ଼ାର ବିକାଶ ହେବନି। ଭଲ ଖେଳାଳି ସୃଷ୍ଟି ହେଲେ ଓଡ଼ିଶାର ନାଁ ଉପରକୁ ଯିବ।ବଡ଼ ବଡ଼ ପ୍ରକଳ୍ପ କରି ରାଜ୍ୟ ସରକାର ଅର୍ଥ ହରିଲୁଟ ଯୋଜନା କରୁଛନ୍ତି ଲଳିତେନ୍ଦୁ।

ସଂପୂର୍ଣ୍ଣ ଭାବେ ଭଙ୍ଗାଯିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ

ଭଙ୍ଗାଯାଇ ସଂପୂର୍ଣ୍ଣ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

ନୂଆ ଷ୍ଟାଡିୟମ କରାଯାଇ ଅଧିକ ଦର୍ଶକ କ୍ଷମତା ବଢ଼ାଯିବ। ଏବେ ୪୨ ହଜାର ଦର୍ଶକ କ୍ଷମତା ଅଛି, ୬୦ ହଜାରକୁ ବଢ଼ିବ। ସଂପୂର୍ଣ୍ଣ ଭଙ୍ଗାନଗଲେ ନୂଆକରି ତିଆରି କରାଯାଇ ପାରିବନି କହିଛନ୍ତି ଓସିଏ ସଂପାଦକ।

ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ହୋମଗାର୍ଡ ନିଲମ୍ବିତ

କଟକର ଅନନ୍ତ ନାରାୟଣ ସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ହଲ୍‌କୁ ହୋମଗାର୍ଡ ପଶି ପରୀକ୍ଷାର୍ଥୀଙ୍କ ସହ କଥା ହେଉଥିଲେ।

ଅଭିଯୋଗ ପରେ ମହିଳା ହୋମଗାର୍ଡ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରୁ ନିଲମ୍ବିତ କଲେ କଟକ ଗ୍ରାମଞ୍ଚଳ ଏସପି। ଗତକାଲି ଏଆଇ ଯୋଗୁଁ ଧରା ପଡି଼ଥିଲା ଏହି ବ୍ୟତିକ୍ରମ।

Nuakhai wishes