ସାଢ଼େ ୮ଟା ସୁଦ୍ଧା ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର

ବାଲେଶ୍ବରରୁ ୩୫.୪ ଡିଗ୍ରୀ, ଫୁଲବାଣୀରୁ ୩୪.୬ଡିଗ୍ରୀ, ଭୁବନେଶ୍ବରରୁ ୩୪.୪ ଡିଗ୍ରୀ, କଟକରୁ ୩୪.୨ ଡିଗ୍ରୀ, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବିଦ୍ୟୁତ ଆଘାତରେ ବାପା ମୃତ, ପୁଅ ଗୁରୁତର

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଡ଼ପଡ଼ା ଗାଁ ନିକଟ ବିଲରେ ବିଦ୍ୟୁତ୍‌ ତାର ଲାଗି ଏହି ଅଘଟଣ ଘଟିଛି।

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି। ଗୁରୁତର ଅବସ୍ଥାରେ ପୁଅକୁ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି।

ତାଲା ଭାଙ୍ଗି ମନ୍ଦିରରୁ ଦାନବାକ୍ସ ଲୁଟି ନେଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନରସିଂହଗଡ଼ ସ୍ବପ୍ନେଶ୍ବରୀ ମନ୍ଦିରରୁ ଚୋରି ହୋଇଛି।

କେତେ ଟଙ୍କା ଚୋରି ହୋଇଛି ଜଣାପଡ଼ିନି।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ କିରାଣୀ ନିଲମ୍ବିତ

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ବୌଦ୍ଧ କଣ୍ଟାମାଳ ଲମ୍ବସରୀ ବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଅଧିକାରୀ।

ଆସନ୍ତା 25 ତାରିଖରେ ସୋନପୁର ଆସିବେ ଅମିତ ଶାହ

ବିଜେପିର ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା 25 ତାରିଖରେ ସୋନପୁର ଗସ୍ତରେ ଆସି ଜନସଭାରେ ଉଦବୋଧନ ଦେବା ସହ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ ବୋଲି ଆଜି ସୂଚନା ଦେଇଛନ୍ତି ଦଳର ନେତା ଗୋଲକ ମହାପାତ୍ର l

22 ରୁ 24 ତାରିଖ ପର୍ଯ୍ୟନ୍ତ ସ୍କୁଲ ସାଢ଼େ 10 ଟା ପର୍ଯ୍ୟନ୍ତ ହେବ

ଆସନ୍ତା 25 ତାରିଖରୁ ସ୍କୁଲ ଗୁଡିକର ଖରା ଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆସନ୍ତାକାଲି ଠାରୁ 24 ତାରିଖ ପର୍ଯ୍ୟନ୍ତ ସକାଳ ସାଢେ 6 ଟାରୁ ସାଢେ 10 ଟା ପର୍ଯ୍ୟନ୍ତ କ୍ଲାସ ହେବ ବୋଲି କୁହାଯାଇଛି l

ଗୋଠ ଛଡ଼ା ଦନ୍ତା ଭାଙ୍ଗିଲା ୨ଘର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ବଡ ଧନୁର୍ଯ୍ୟୟପୁର ଗ୍ରାମର ଟୁନା ମାଝୀଙ୍କ ଖପର ଘରକୁ ଶନିବାର ବିଳମ୍ୱିତ ରାତ୍ରୀରେ ଗୋଠ ଛଡ଼ା ଦନ୍ତା କାନ୍ଥ ଭାଙ୍ଗିବା ସହ ମୁଶାଖୋରି ମାଣ୍ଡିଆ ସାହିର ରଶ୍ମିତା ମୁଣ୍ଡାଙ୍କ ଆଜବେଷ୍ଟସ ଘର କାନ୍ଥ ଭାଙ୍ଗି ଦେଇଛି।

ଏଥି ସହ ଦନ୍ତା ଘର ଭିତରେ ଥିବା ଧାନ ଚାଉଳ ସବୁ ଖାଇଦେଇଛି। ଦନ୍ତା ଏବେ ମୂଷା ଖୋରି ଗ୍ରାମ୍ୟ ଜଙ୍ଗଲ ରେ ଡେରା ପକାଇଛି।

ମା’ଙ୍କ ଆଶିଷ ନେଇ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ ଆଖିଳ ନାୟକ

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ଆଜି ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ ନିର୍ବଚନ ପ୍ରଚାର ଆରମ୍ଭ କରିଛନ୍ତି।

ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିରଜା ମିଶ୍ର, ସୁବ୍ରତ ମହାନ୍ତି, କମଳା କାନ୍ତ ଦାଶ ସମେତ ଜିଲ୍ଲା ତଥା ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ତଥା ନିର୍ବାଚନ ମଣ୍ଡଳୀ ତାଙ୍କ ସମର୍ଥକମାନେ ସାମିଲ ହୋଇ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ମୋଦି ସରକାରଙ୍କ ଉପଲବ୍ଧି ଓ ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଶହ ଶହ ସଂଖ୍ୟାରେ ସମର୍ଥକ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୁଲୁଦୀପଶି ଡ଼ିମିରିଡିହା ରାସ୍ତାର ବାଙ୍କ ନିକଟରେ ରବିବାର ଏକ ୧୪ ଚକିଆ କଲଭର୍ଟ ପୋଲର ସାଇଡରେ ଚକ ପଡିଯିବାରୁ ଟ୍ରକ୍ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଅଳ୍ପକେ ଚଳକବର୍ତ୍ତି ଯାଇଛନ୍ତି। ସ୍ଥାନିୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି।

Nuakhai wishes