‘ମୋ ବୁଥ୍ ଆପ୍’ ଉନ୍ମୋଚନ

ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଆଜି ଉନ୍ମୋଚନ କରିଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ।

ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।

ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି: ଓମ୍‌ ବିର୍ଲା

ବାଲେଶ୍ବରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରତିକ୍ରିୟା ଦେଇଛନ୍ତି।

୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରି ନାହାନ୍ତି, ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି, ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ କହିଛନ୍ତି ବିର୍ଲା।

ଘରେ ପଶି ବନ୍ଧୁକ ଦେଖାଇ ଲୁଟ

ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗାଁରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ଲୁଟ ହୋଇଛି।

୮ ଲକ୍ଷର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌ ନେଇ ଅଭିଯୋଗ ହୋଇଛି।

ଆଜି ରାଉରକେଲାରେ ପ୍ରଚାର କରିବେ ନବୀନ

ଆଜି ରାଉରକେଲାରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି।

ଆଜି ବଲାଙ୍ଗିର ଆସୁଛନ୍ତି ରାହୁଲ ଗାନ୍ଧି

ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିବା ପରେ RTO ଛକରୁ କୋଶଳ କଳା ମଣ୍ଡଳ ପଡ଼ିଆ ଯାଏ ବାଇକ ରାଲି ହେବ।

କୋଶଳ କଳା ମଣ୍ଡଳ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ। ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭାଟ୍ଟି ମଧ୍ୟ ଆସିବେ।

ପୂର୍ବତନ ମନ୍ତ୍ରୀ ଡମ୍ବୁରୁଧର ଉଲ୍ଲାକାଙ୍କ ଦେହାନ୍ତ

୮୭ ବର୍ଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ।

ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ। ବିଷମକଟକରୁ ୫ଥର ବିଧାୟକ ହୋଇଥିଲେ ଡମ୍ବୁରୁଧର।

ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ଅମିତ ଶାହ ଦିନ ସାଢ଼େ ଗୋଟାଏରେ ସୋରଡ଼ାରେ ସାଧାରଣ ସଭା କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସାଢ଼େ ୫ଟାରେ କଟକରେ ରୋଡ୍‌ ସୋ’ କରିବେ।

ଭୁବନେଶ୍ବରରେ ଦଳୀୟ କର୍ମଶାଳାରେ ଯୋଗଦେବେ ନଡ୍ଡା।

ଅବସରପ୍ରାପ୍ତ ଶିକ୍ଷକଙ୍କ ପାଣିରେ ବୁଡି ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଗୋଡ଼ି ପୋଖାରୀ ଗ୍ରାମର ଜଣାଶୁଣା ଅବସର ପ୍ରାପ୍ତ ଶିକ୍ଷକଙ୍କ ସୋମବାର ସନ୍ଧ୍ୟାରେ ଗାଁ ପୋଖରୀରେ ବୁଡି ମୃତ୍ୟୁ ଘଟିଛି।

ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ନାୟକ(୮୦)।ଶ୍ରୀ ନାୟକ ସୋମବାର ସଂଧ୍ୟାରେ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ବୁର୍ଦ୍ଦା ହାଇସ୍କୁଲ କେନାଲ ପୋଲରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ

ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡେନ ଥାନା ବୁର୍ଦ୍ଦା ହାଇସ୍କୁଲପଡା ସ୍ଥିତ ଏକ କେନାଲ ପୋଲ ଉପରେ ଏକ ଧାନ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଟ୍ରଲିରେ ଥିବା ଚୁନଧାନ ସବୁ କେନାଲରେ ପଡି ନଷ୍ଟ ହୋଇଯାଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବୁର୍ଦ୍ଦା ଗ୍ରାମର ଚାଷୀ ଇନ୍ଦ୍ର ସାହୁ ନିଜ କ୍ଷେତରୁ ଧାନକାଟି ଅମଳ କରିଥିବା ଚୁନ ଧାନ ଟ୍ରାକ୍ଟରେ ବୁର୍ଦ୍ଦା ହାଇସ୍କୁଲ ପଡିଆକୁ ଶୁଖାଇବା ପାଇଁ ଆଣୁଥିବା ସମୟରେ କେନାଲ ପୋଲରେ ଟ୍ରାକ୍ଟରଟି ଓଲଟିପଡିଥିଲା।

Nuakhai wishes