ବାଇକ ଡିକିରୁ ଜବତ ହେଲା ୬୧ ହଜାର ଟଙ୍କା

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ୱର୍ ଜାତୀୟ ରାଜପଥ ଧାନବେଣୀ ଛକରୁ ବୁଧବାର ରାତ୍ରୀ ଫ୍ଲାଇଙ୍ଗ ସ୍କୁଆଡ ଏକ ବାଇକ୍ ଡିକିରୁ ୬୧ ହଜାର ୧୮୦ ଟଙ୍କା ଜବତ କରିଛି।

ବାଇକଟି ନନ୍ଦିପଦା ଥାନା ଗିରିଗାଁ ଗ୍ରାମର ବିଜୟ ଜେନାଙ୍କ ହୋଣ୍ଡା ଏସ୍ସି ବାଇକ୍ ବୋଲି ଜଣା ପଡ଼ିଛି। ସୂଚନା ଯେ, ଫ୍ଲାଇଙ୍ଗ ସ୍କୁଆଡରେ ପାଟଣା ଆଡ଼ିସନାଲ ତାହଲିଦାର ଶରଣ କୁମାର ଜେନା ଓ ପାଟଣା ଥାନା ଏ ଏସ ଆଇ ଲକ୍ଷ୍ମଣ ମାଝୀ ଗାଡ଼ିର ଯାଞ୍ଚ କରୁଥିବା ବେଳେ ଏହି ଟଙ୍କା ଧରା ପଡିଥିଲା।

ଅଖିଳଙ୍କ ପାଇଁ ଭୋଟ ଭିକ୍ଷା କଲେ ରାଣୀ ସୁନନ୍ଦିନି ଓ ଏମ ପିଇ ଚୁନିଲାଲ

କେନ୍ଦୁଝର ଜଲା ପାଟଣା ବ୍ଲକ ତୁରୁମୁଙ୍ଗା ତୁରୁମୁଙ୍ଗା ହାଟ ପଡିଆ ବିଜେପି ନେତା ଅନୁବ୍ରତ ବେହେରାଙ୍କ ଅଧ୍ୟକ୍ଷତାରେ ନାରୀ ଶକ୍ତି ବନ୍ଦନ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ରାଣୀ ସୁନନ୍ଦିନି ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ଏମ ପି ଚୁନିଲାଲ ଗୋରା ସିଆ , ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ସମ୍ପାଦିକା ସୋମବାରୀ ମୁଣ୍ଡା, ମିତ୍ରଭାନୁ ମହାନ୍ତ, ଇଂ ଅଜୟ କୁମାର ସାହୁ , କରୁଣା ସାଗର ଖଟୁଆ ପ୍ରମୁଖ ଯୋଗଦେଇ ଡବଲ ପଦ୍ମ ଫୁଲରେ ଭୋଟ ଦେଇ ଭାଜପାକୁ ଜିତାଇବାକୁ କହିଥିଲେ।

କାଲି ଭୁବନେଶ୍ବରରେ ରୋଡ୍ ଶୋ କରିବେ ନଡ୍ଡା

ନଡ୍ଡା ଆଜି ଭୁବନେଶ୍ବରରେ ପହଞ୍ଚିବେ, କାଲି ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ଯାଏ ରୋଡ୍‌ ଶୋ’ କରିବେ।

ପରେ ପଦ୍ମପୁର ଓ ସୁନ୍ଦରଗଡ଼ ସଭାରେ ସାମିଲ ହେବେ।

୧୬ ଏବଂ ୧୭ରେ ଓଡ଼ିଶାରେ ହିମନ୍ତ ବିଶ୍ବଶର୍ମାଙ୍କ ମାରାଥନ ପ୍ରଚାର

୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ।

କାଲି ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା କରିବେ ଏବଂ ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭା କରିବେ।

ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ବିଷ୍ଣୁଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ ଏବଂ ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ।

୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ।

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲିରେ ମହିଳାଙ୍କୁ ମାଡ଼

ବେଗୁନିଆପଡ଼ା ପଞ୍ଚାୟତରେ ରାଲି ବେଳେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ବିଜେଡି କର୍ମୀଙ୍କ ମାଡ଼ରେ ମହିଳା ଆହତ ହୋଇ ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

ହେମା ମାଳିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର।

ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲିରେ ସଭାରେ ଯୋଗ ଦେବେ।

ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ: ମୁଖ୍ୟମନ୍ତ୍ରୀ

ଆଜି ରାଉରକେଲା ପ୍ରଚାରରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ନବୀନ BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଭଲ କି ପଚାରିଲେ।

ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ: ରାହୁଲ

ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ, ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ, ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ କହିଛନ୍ତି ରାହୁଲ।

ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ। ଚାଷୀମାନଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ ଏବଂ ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ବଲାଙ୍ଗୀର ସଭାରେ କହିଛନ୍ତି ରାହୁଲ।

Exit mobile version