ବାଲିଆ-ନୂଆସାହି ରାସ୍ତାରେ ୧ ଫୁଟର ପାଣି

ବାଲେଶ୍ୱର ଜିଲ୍ଲା ବାଲିଆ-ନୂଆସାହି ରାସ୍ତାରେ ୧ ଫୁଟର ପାଣି ଚାଲୁଥିବାରୁ ରେମୁଣା-ବାରିପଦା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

କାନ୍ଥ ଭାଙ୍ଗି ଦୁଇ ଭଉଣୀ ମୃତ, ପରିବାର ବର୍ତ୍ତିଲେ

ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଭୋଳାବେଡା ଗ୍ରାମରେ ଗତକାଲି ରାତିରେ ଶୋଇଥିବା ବେଳେ କାନ୍ଥ ଭାଙ୍ଗିବାରୁ ନିହାରିକା ଗିରି ଓ ସୁଇଟି ଗିରି ନାମ୍ନୀ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l
ସେମାନଙ୍କ ବୟସ ଯଥାକ୍ରମେ 5 ବର୍ଷ ଓ 12 ବର୍ଷ l ଏହି ଘଟଣାରେ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି l

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୦୨ ଫୁଟ

ପ୍ରତି ସେକେଣ୍ଡରେ ୨.୧୬ ଲକ୍ଷ କ୍ୟୁସେକ ଜଳ ପଶୁଥିବା ବେଳେ ୩.୫୪ ଲକ୍ଷ କ୍ୟୁସେକ ଜଳ ବାହାରୁଛି।

୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଛି।

ବର୍ଷା ଯୋଗୁଁ ଭାଙ୍ଗିଲା କାନ୍ଥ,ବର୍ତ୍ତିଲେ ପରିବାର

କେନ୍ଦୁଝର ସଦର ବ୍ଲକ ବାଉରୀପଦାପଞ୍ଚାୟତ ବନମାଳୀପୁର ଗ୍ରାମର ନିତ୍ୟାନନ୍ଦ ମହାନ୍ତଙ୍କ ଘର ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ପଡିଯାଇଛି।

ଫଳରେ କାନ୍ଥପଡି ଅନେକ ଜିନିଷ ପତ୍ର କାନ୍ଥ ତଳେ ଚାପି ହୋଇ ନଷ୍ଟ ହୋଇଯାଇଥିବାବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଶୋଇଥିବା ବେଳେ ଘରକାନ୍ଥପଡି ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ଟିକରପଡା ଗ୍ରାମର ବେହେରା ସାହିରେ ବିଳମ୍ବିତ ରାତ୍ର ପ୍ରାୟ ୩ଟାବେଳେ ଲଗାଣ ବର୍ଷାରେ ମାଟି ଘରକାନ୍ଥ ପଡ଼ିଯିବାରୁ ଘର ଭିତରେ ଶୋଇଥିବା ଦୂତିକା ବେହେରା(୭୦)ଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ବାମୀ କୁଲ୍ଲିଆ ବେହେରା(୭୫) ଗୁରୁତର ହୋଇଛନ୍ତି।

କୁଲ୍ଲିଆଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଏହି ଘଟଣା ନେଇ ଟିକରପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଜିଲ୍ଲା ପ୍ରଶାସନ ତୁରନ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ଗ୍ରାମବାସୀ ଦାବି କରିଛନ୍ତି।

ବର୍ଷା ପାଇଁ ଶନିବାର ସବୁ ସ୍କୁଲ ଛୁଟି

ଆସନ୍ତା କାଲି ଲଘୁ ଚାପ୍ ଜନିତ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ରେଡ ୱାର୍ଣିଁ ଜାରି କରାଯାଇଛି। ଏସ ଆର ସି ଙ୍କ ଆଦେଶ କ୍ରମେ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କଲ ବନ୍ଦ ରହିବ। ଜିଲା ଶିକ୍ଷା ଅଧିକାରୀ ଙ୍କ ଚିଠି ନମ୍ବର ୧୦୧୦୪/୧୯-୮-୨୨ ରେ ଏହି ଆଦେଶ କରାଯାଇଛି।

ବନ୍ୟା ପାଇଁ ପ୍ରାଣୀଧନ ଚିକିତ୍ସା ଓ ଟିକାକରଣରେ ଯୁଜର୍ସ ଫି ଛାଡ଼

ରାଜ୍ୟରେ ବନ୍ୟା ସ୍ଥିତି ଲାଗି ରହିଥିବାରୁ ପ୍ରାଣୀଧନ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସମ୍ପଦର ଚିକିତ୍ସା ଓ ଟିକାକରଣ ଆଦିରେ ଯୁଜର୍ସ ଫି ଛାଡ଼ ପ୍ରସ୍ତାବକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଅନୁମୋଦନ ଦେଇଛନ୍ତି l

ଜେଇ-ସିଭିଲ ପରୀକ୍ଷା ଫଳ ପ୍ରକାଶିତ

ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜେଇ -ସିଭିଲ -2019 ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଥିବା ଓପିଏସସି ପକ୍ଷରୁ କୁହାଯାଇଛି l ମୋଟ 260 ଜଣ ଏଥିପାଇଁ ମନୋନୀତ ହୋଇଛନ୍ତି l

2022-23 ଶିକ୍ଷାବର୍ଷରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର କଟକଣା ହଟିଲା

କୋଭିଡ ପାଇଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, 2021-23 ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମାମଲେଖା ପାଇଁ ଜାରି କରାଯାଇଥିବା କଟକଣାକୁ ଏହି ଶିକ୍ଷା ବର୍ଷରେ ହଟାଇ ଦିଆଯାଇଥିବା ନେଇ ଆଞ୍ଚଳିକ ନିର୍ଦ୍ଦେଶକ ମାନଙ୍କୁ ବିଭାଗ ପକ୍ଷରୁ ଆଜି ପତ୍ର ଲେଖାଯାଇଛି l

ନାବାଳିକା ବଳାତ୍କାରୀକୁ 20 ବର୍ଷ ଜେଲ

2018 ମସିହାରେ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସ୍ଥାନୀୟ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତ ଦିଲ୍ଲୀପ ବେହେରାକୁ 20 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି l

Nuakhai wishes