ରାଜ୍ୟରୁ ଆଉ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ଅନ୍ୟ ୧୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୪୧ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩,୨୪,୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୧୨,୯୦୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୬୫୮ ଜଣ ଚିକିତ୍ସାଧୀନ ଅଛନ୍ତି ।

ଗଛ ସହ ଧକ୍କା ଖାଇ ଜଣେ ବାଇକ ଆରୋହୀ ମୃତ,2 ଗୁରୁତର

ରାଇରଙ୍ଗପୁର ସହରରେ ରାତିରେ ଭାଙ୍ଗି ପଡ଼ିଥିବା ଗଛ ସହ ଧକ୍କା ଖାଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ସ୍କୁଟି ଆରୋହୀ ଆହତ ହୋଇଛନ୍ତି l
ମୃତାହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନା ପଠାଇଛି l

ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି ଗଭୀର ଅବପାତ

ଗତ ୬ ଘଣ୍ଟାରେ ଗଭୀର ଅବପାତ ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି।

ବାରିପଦା ଠାରୁ ୩୦ କିମି ଦୂର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି।

ହାଇୱା ସହ ଡ୍ରାଇଭର ଜିଅନ୍ତା ଜଳିଗଲେ

ସୁନ୍ଦରଗଡ ଜିଲ୍ଲା ଟେନ୍‌ସା ଫାଣ୍ଡି ଗୀତାରାଣୀ ମାଇନ୍ସ ପାଖରେ କୌଣସି କାରଣରୁ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହୋଇଯାଇଛି ଡ୍ରାଇଭର।

ବୁଡ଼ିଲା ଯଶୀପୁର-ଶିମିଳିପାଳ ରାସ୍ତାର ପୋଲ

ମୟୁରଭଞ୍ଜ ଜିଲ୍ଲା ଗଡ଼ତଳସାହି ନିକଟ ଖଇରିଭଣ୍ଡନ ପୋଲ ଉପରେ ୨ ଫୁଟ ପାଣି ଚାଲିଛି।

ପୋଲ ବୁଡ଼ି ଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମୁଣ୍ଡଳିରେ ପାସ୍ କରୁଛି ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୦୨ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୨.୧୬ ଲକ୍ଷ କ୍ୟୁସେକ ଜଳ ପଶୁଛି ଏବଂ ୩.୫୪ ଲକ୍ଷ କ୍ୟୁସେକ ଜଳ ବାହାରୁଛି।

୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଛି। ସେହିପରି କଟକ ମୁଣ୍ଡଳିରେ ପାସ୍ କରୁଛି ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ।

କାନ୍ଥ ଭାଙ୍ଗି ଜଣେ ମୃତ, ଦୁଇ ଗୁରୁତର

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମରେ ଗତକାଲି ରାତିରେ କାନ୍ଥ ଭାଙ୍ଗିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

Nuakhai wishes