ଭରଷା ପକ୍ଷରୁ ବୃକ୍ଷରୋପଣ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଙ୍ଗଳପୁରରେ ଶନିବାର ଭରସା ପରିବାରର ତରଫରୁ ୫୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ମଙ୍ଗଳପୁରରେ ବୃକ୍ଷରୋପଣ କରିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତଙ୍କ ସଂଯୋଜନା ରେ ସ୍ଥାନୀୟ ସରପଞ୍ଚ ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଫରେଷ୍ଟର ଚିତ୍ତ ରଞ୍ଜନ ପରିଡା, ପ୍ରେମ ଚାନ୍ଦ ପୃଷ୍ଟି, ଭରସା ପରିବାର ଯୁବ ସଭାପତି ବିଶ୍ୱଜିତ ମହାନ୍ତ, ସଭାନେତ୍ରୀ ମାଳତୀ ମହାନ୍ତ, ଉପସଭାନେତ୍ରୀ ରଞ୍ଜନା ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଭାପତି ବୁଧୁରାମ ମହାନ୍ତ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ପ୍ରମୁଖ ସାମିଲ ହୋଇଥିଲେ l

ଜାଗା ଖାଇଲେ ପୋଡପିଠା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରେ ଆଜି ବହୁ ଭକ୍ତଙ୍କ ଭିଡ଼ରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି ।

ଆଜି ପ୍ରlତଃରେ ନୀତି କାନ୍ତିରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଅପରାହ୍ନରେ  ବିନୋଦ ଚନ୍ଦ୍ର ରଥ ଛେରା ପହରା କରିବା ପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥ ସିଂହାସନ ବିଜେ କରିଥିଲେ। ପରମ୍ପରା ଭାବେ ମାଉସୀମା କଳ୍ପନା ମିଶ୍ର ଏବଂ ଭକ୍ତ ମୋହନ ମିଶ୍ରଙ୍କ  ହାତ ତିଆରି ସୁ ସ୍ୱାଦ ପୋଡପିଠା ପ୍ରଭୁ ଜଗନ୍ନାଥଙ୍କୁ ଖାଇବାକୁ ଅର୍ପଣ କରିଥିଲେ।

ପ୍ରତିଶୃତି ପରେ ଧାରଣା ରୁ ହଟିଲେ ସଫେଇ କର୍ମଚାରୀ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିର ସମସ୍ତ ସଫେଇ କର୍ମଚାରୀ ଆଜି ମଧୁବାବୁ ଗଲେଇ ନିକଟରେ ଧାରଣା ଦେଇଥିଲେ ।

ଏନେଇ ଆଜି ଉଦଳା ଏନଏସି ତରଫରୁ ମାସିକ ଦରମା ବାବଦକୁ ଦିନକୁ ୨୨୬ଟଙ୍କା ଦେବାପାଇଁ ପ୍ରତିଶୃତି ପାଇବା ପରେ ଆଜି ସମସ୍ତ ସଫେଇ କର୍ମଚାରୀ ଧାରଣାରୁ ହଟିଥିଲେ ।

ପାତାଳୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇଯାଇଛି ।

ଯାତ୍ରା ଦେଖିବାକୁ ବିପୁଳ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା ।

ସୁବଳୟାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡା଼ ଯାତ୍ରା l

ଏହି ଅବସରରେ ଦୀର୍ଘ ନଅ ଦିନର ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡିରେ ନଗର ପରିକ୍ରମା ପୂର୍ବକ ରଥlରୁଢ଼ ହେଲାପରେ ରଥ ଟଣା ଯିବାର କାର୍ଯ୍ୟକ୍ରମ ରହିଛି l

ବିଜୟ କୁମାର କର ଜିଏସଟି ଭୁବନେଶ୍ୱର ଜୋନର ନୂଆ ଚିଫ କମିଶନର

1989 ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର ନୂତନ ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମସ ଭୁବନେଶ୍ୱର ଜୋନର ଚିଫ କମିଶନର ଭାବେ ଯୋଗ ଦେଇଛନ୍ତି l

ପ୍ରତିଷ୍ଠା ଦିବସରେ ବୃକ୍ଷ ମିତ୍ର କାର୍ଯ୍ୟକ୍ରମ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଓ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ଡ଼ିଡ଼ି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଭିପିର ରାଷ୍ଟ୍ରୀୟ ଜନଜାତି କାର୍ଯ୍ୟ ସହ ପ୍ରମୁଖ ପ୍ରମୋଦ ରାଉତ, ନଗର ସଭାପତି ଶ୍ରୀ ପ୍ରସନ ପ୍ରଧାନ ସାର ଓ ଆର ଏସ ଏସ ର କାର୍ଯ୍ୟକର୍ତ୍ତା ପ୍ରଣବ ବେହେରା ଓ ନଗର ଓ ମହାବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ l

କୋଏଲ ନଦୀରେ ବୁଡିଯାଇ 2 ମୃତ, 2 ନିଖୋଜ

ରାଉରକେଲା କୋଏଲ ନଦୀର ଝିରିପାଣି ପମ୍ପ ହାଉସ ନିକଟରେ ଆଜି ଅପରାହ୍ନରେ ଚାରିଜଣ ନାବାଳକ ବୁଡି ଯାଇଥିଲେ l ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଦୁଇ ଜଣଙ୍କୁ ଅଗ୍ନିଶମ ବାହିନୀ ଖୋଜୁଛି l

ଶ୍ରୀମନ୍ଦିର ନିକଟରେ ଲାଗିଲା ତାଳଧ୍ୱଜ ଓ ଦର୍ପଦଳନ ରଥ

ପୁରୀ ଶ୍ରୀମନ୍ଦିର ନିକଟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଲାଗିଥିବା ବେଳେ ଗହଳି ଲଗାଇ ପଛରେ ଗଡୁଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ଆଉ କିଛି ସମୟ ମଧ୍ୟରେ ସିଂହଦ୍ୱାରରେ ନନ୍ଦିଘୋଷ ରଥ ପହଞ୍ଚିବ।

ଶ୍ରୀମନ୍ଦିର ଅଭିମୁଖେ ବଡ଼ଦାଣ୍ଡରେ ଗଡି ଚାଲିଛି ୩ ରଥ

ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର ।

ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି।

Nuakhai wishes