ବାଗବର ଚନ୍ଦ୍ରମଣି ମଠରେ ଗୁରୁ ପୂର୍ଣିମା ମହୋତ୍ସବ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଚନ୍ଦ୍ରମଣି ମଠରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଶିଷ୍ୟ ତଥା ଶ୍ରଦ୍ଧାଳୁ ଭକ୍ତମାନେ ମଠ ମହନ୍ତ ନିମାର୍କ ଚରଣ ଦାସଜୀ ମହରାଜଙ୍କର ପୂଜାର୍ଚ୍ଚନା କରିଥିଲେ ଓ ଆଶୀର୍ବାଦ ଭିକ୍ଷା କରିଥିଲେ । ଦୀର୍ଘ ୨୨ ବର୍ଷ ହେଲା ଏଠାରେ ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଆସୁଛି ।

ନବୀନଙ୍କୁ ଭେଟିଲେ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ଏମଡି

ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଏମଡି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବିତ ବ୍ୟାଙ୍କ ନୋଟ ପେପର ମିଲ ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି l

2500 କୋଟି ଟଙ୍କା ଖର୍ଚ୍ଚରେ ଏହି କାରଖାନା ପ୍ରତିଷ୍ଠାର ପ୍ରସ୍ତାବ ରହିଛି l ଆଲୋଚନା ବେଳେ 5-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ l

ଆସନ୍ତା ପାଞ୍ଚ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ

ଆସନ୍ତା ପାଞ୍ଚ ଦିନ ପାଇଁ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ସକାଶେ ପ୍ରବଳ ବର୍ଷା ଚେତାବନୀ ଦେଇଛି l କେତେକ ଜିଲ୍ଲାରେ 7 ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଇଛି l

୧ମ ପର୍ଯ୍ୟାୟରେ ୨,୦୯,୬୫୦ ହିତାଧିକାରୀ ପାଇ ନାହାନ୍ତି କୋଭିଡ୍ ସହାୟତା

ପ୍ରଥମ ପର୍ଯ୍ୟାୟରେ ୨,୦୯,୬୫୦ ହିତାଧିକାରୀ କୋଭିଡ୍ ସହାୟତା ପାଇ ନଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩,୬୪,୪୯୫ ହିତାଧିକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି।

ନିଜର ମାସିକିଆ ଖାଦ୍ୟଶସ୍ୟ ଉଠାଇ ନ ଥିବାରୁ ସହାୟତା ପାଇ ନାହାନ୍ତି ବୋଲି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

ମେଡିକାଲ କଲେଜ ସରକାରଙ୍କ ଦ୍ଵାରା ପରିଚାଳିତ ଦାବି ନେଇ ଶୋଭାଯାତ୍ରା

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ ସରକାରଙ୍କ ଦ୍ଵାରା ପରିଚାଳିତ ଦାବି ନେଇ ଘଣ୍ଟପଡା ପଞ୍ଚାୟତବାସୀ ପକ୍ଷରୁ ଆଜି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ କରୁଣାକର ସାହୁ, ସମାଜସେବୀ ବିଭୁତି ସାହୁ ସମେତ ପଞ୍ଚାୟତର ଅଧିବାସୀମାନେ ମିଶି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।

ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଗୁରୁପୂର୍ଣ୍ଣିମା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି ।

ଅଧ୍ୟାପକ ବିଶ୍ଵନାଥ ମିଶ୍ରଙ୍କ ପରିଚାଳନା ଓ ଅଧ୍ୟାପକ ରୁଦ୍ର ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ବେଦପାଠ କରିଥିବା ବେଳେ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ ପ୍ରମୁଖ ଯୋଗଦେଇ ବ୍ୟାସଦେବ ଗୁରୁଙ୍କ ଉପରେ ଆଲୋକପାତ କରିଥିଲେ ।

ଅଧିକ ଟଙ୍କାରେ ସାର ବିକ୍ରି ଅଭିଯୋଗକୁ ଖଣ୍ଡନ କଲେ ବିଭାଗୀୟ ମନ୍ତ୍ରୀ

୨୪୦ ଟଙ୍କାର ନାନୋ ୟୁରିଆ ସାର ୫୦୦ଟଙ୍କାରେ କିଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଥିବା ଦର୍ଶାଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଧାନସଭାରେ ତାତିଥିଲେ।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖି ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଅଧିକ ଟଙ୍କାରେ ସାର ବିକ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।ମନ୍ତ୍ରୀ କହିଛନ୍ତି, ୨୦୨୧-୨୨ରେ ଚାଷୀଙ୍କୁ ୪ଲକ୍ଷ ନାନୋ ୟୁରିଆ ସାର ବୋତଲ ଦେଇଛୁ, ୨୦୨୨-୨୩ ପାଇଁ ୧୬ଲକ୍ଷ ସାର ବୋତଲ ଦେବାକୁ ଲକ୍ଷ୍ୟ ରଖିଛୁ।

ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଭଳି ରୋଗର ସଚେତନତା କାର୍ଯ୍ୟକ୍ରମ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସ୍ଥିତ ଆଜି ଆର୍ଡିଏସ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ କୁଣ୍ଡାବାଇ ଠାରେ ବର୍ଷା ଦିନିଆ ହେଉଥିବା ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଓ ଜଣ୍ଡିସ ରୋଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଏକ ରାଲି ଯୋଗେ ଘରଘର ବୁଲି ସଚେତନ କରାଯାଇଛି । ମୁଖ୍ୟ ଭାବେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପରମାଣିକ ଓ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Nuakhai wishes