ରାଜ୍ୟରୁ ଆଉ ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ଅନ୍ୟ ୧୪୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୪୯ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ୧୨,୯୦, ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨,୮୦,୦୪୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୩୧୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଗତକାଲି ବଡ଼ଦାଣ୍ଡରେ ଲୀଳା ଲଗାଇବା ପରେ ଶନିବାର ଦିନ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି।

ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ପ୍ରତିବର୍ଷ ଭଳି ରବିବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବ।ଆଜିଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ବି ପାଇପାରିବେ।

୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଆସନ୍ତା ୪୮ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୪ ଦିନ ଯାଏ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।

ଆଜିଠାରୁ ୫ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଡପ ମଣ୍ଡପରେ ବିଜେ ହେଲେ ଶ୍ରୀଜୀଉ

ଆଜି ରଥଯାତ୍ରାର ଦ୍ୱତୀୟ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ରଥଟଣା ସମ୍ପର୍ଣ୍ଣ ହେଲା ପରେ, ମାଉସୀମା ମନ୍ଦିରରେ ଆଡପ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜୀଉ l

ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଗୋଟି ପହଣ୍ଡିରେ ଯାଇ ଚତୁର୍ଦ୍ଧା ମୂରତି ଆଡପ ମଣ୍ଡପରେ ପହଂଚି ଥିବା ଦେଖିବାକୁ ମିଳିଛି ଆଜି ସନ୍ଧ୍ୟାରେ l

ଥନାପତିପଡ଼ାରେ ଶ୍ରୀ ଜଗନ୍ନାଥଙ୍କ ବରାହ ଅବତାର

ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥନାପତିପଡ଼ାର ଚନ୍ଦ୍ରଶେଖର ପାଠାଗାର ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବରାହ ଅବତାରରେ ଦର୍ଶନ ଦେଉଛନ୍ତି।

ସାହାରପଡା ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ବନ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ସାହାରପଡା ବନପାଳ ମୋହିନୀ ମହାନ୍ତ ଉଦଘାଟନ କରିଥିବା ବେଳେ ସମସ୍ତ ବନ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାହାରପଡା ଅଞ୍ଚଳର ଜନ ସାଧାରଣଙ୍କ ନିମନ୍ତେ ଉନ୍ନତ ମାନର ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି l ତେବେ ବନ ବିଭାଗ ପକ୍ଷରୁ ୨ ହଜାର ଚାରା ବଣ୍ଟନ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଶାଗୁଆନ, ସଜନା, ଡାଳିମ୍ବ, ଲେମ୍ବୁ, ଅମୃତ ଭଣ୍ଡା

ବିଶାଖାପାଟଣାରେ ରଥ ଟାଣିଲେ ଭକ୍ତ

ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି ।

ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସକୁତା ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଛତୁ ମଞ୍ଜି ଉତ୍ପାଦନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ସୀତାରାମ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଛତୁ ମଞ୍ଜି ଉତ୍ପାଦନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଏଥିପାଇଁ ପିଏମଇଜିପି ଯୋଜନାରେ ସୋନପୁର ଷ୍ଟେଟ ବ୍ୟାଙ୍କ ଦ୍ୱାରା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ଯୁବକଙ୍କୁ ଛୁରାମାଡ଼, ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଏକ କୁକୁଡ଼ା ଫାର୍ମ ନିକଟରେ ଆଜି ଅପରାହ୍ନରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

Nuakhai wishes