ରାଜ୍ୟ ଯାତ୍ରା କମିଟି ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାରିପଦା ସ୍ଥିତ ବିବାହ ମଣ୍ଡପ ଠାରେ ରାଜ୍ୟ ଯାତ୍ରା କମିଟି ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।

ଦାବି ଅନୁଯାୟୀ, ଯାତ୍ରା କମିଟି ଗୁଡିକର ବ୍ୟବସାୟ ମନବୃତି ପରିବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ସତନ୍ତ୍ର ଗାଇଡ଼ଲାଇନ ଜାରି କରିବା, ଯାତ୍ରା ମାଲିକ, କଳାକାର, କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ଯାତ୍ରା କମିଟି ଗୁଡିକ ଯାତ୍ରା ଟିମ ସହ ପ୍ରତିଶତ ଅନୁଯାୟୀ ବ୍ୟବସାୟୀ କରିବା ନିୟମ ଲାଗୁ ପାଇଁ ଦାବି ଜଣାଇଛନ୍ତି।

ସେଲେଡି ଅରବିନ୍ଦ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ

ବିନିକା ବ୍ଲକ ସେଲେଡି ଝାରପଡା ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୩ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ଶାଶ୍ୱତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ସଂଗଠକ ଲଳିତ ମୋହନ ପୂଜାହାରୀ ମୂଖ୍ୟଅତିଥି,ବରିଷ୍ଠ ଶିକ୍ଷାବିତ ତଥା ପ୍ରତିଷ୍ଠାତା ଲମ୍ବୋଦର ତ୍ରିପାଠୀ ଅତିତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉପରେ ଆଲୋକପାତ କରିଥିଲେ ।

ଗୋପବନ୍ଧୁ ଛକ ରିଲାଏନ୍ସ ଫ୍ରେସକୁ ସିଲ କଲା ବିଏମସି

ପରିମଳ ବ୍ୟବସ୍ଥା ଠିକ ନ ଥିବାରୁ ଆଜି ବିଏମସି ଟିମ ଚଢ଼ାଉ କରି ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସକୁ ତିନି ଦିନ ପାଇଁ ସିଲ କରିଥିବା ଜଣାପଡିଛି l

ଭଲିବଲ ଖେଳାଳି ଲାସ୍ୟମୟୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ମୟୁରଭଞ୍ଜର ମହିଳା ଭଲିବଲ ତାରକା ଲାସ୍ୟମୟୀ ମହାନ୍ତ ନିଜର ପ୍ରତିଭା ବଳରେ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ଅଠର ବର୍ଷରୁ କମ ଜୁନିଅର ଏସିଆଡ଼ ଭଲିବଲ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ହାସଲ କରିଛନ୍ତି।

ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ତାଙ୍କ କୋଚ ସୁଷମା ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।

ଭୁବନେଶ୍ୱରରେ ଦିନକରେ 275 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 275 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 197 ଜଣ ସୁସ୍ଥ ହୋଇଛନ୍ତି l ଏବେ ଭୁବନେଶ୍ୱରରେ ମୋଟ 1185 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l

ରାଜ୍ୟରେ ଆଉ 600 ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 600 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 11 ଲକ୍ଷ 84 ହଜାର 835ରେ ପହଞ୍ଚିଛି l

କେଳୁ ପାର୍କରେ ବୃକ୍ଷରୋପଣ

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନମ୍ବର ୯ ଅନ୍ତର୍ଗତ ଗୁରୁ କେଳୁ ଚରଣ ପାର୍କ ପାଖରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ବିଧାୟକ ସୁଶାନ୍ତ ରାଉତ ଓ ସ୍ଥାନୀୟ କର୍ପୋରେଟର ଏବଂ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣ ଯୋଗଦେଇ ଗଛ ଲଗାଇଥିଲେ l

ସ୍ୱର୍ଗତଃ ଅରୁଣ ଦେଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ନେଇ ପ୍ରସ୍ତୁତି ବୈଠକ

ବାଲେଶ୍ଵର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଆଜି ସ୍ୱର୍ଗତଃ ଅରୁଣ ଦେଙ୍କ ଆସନ୍ତା ଅଗଷ୍ଟ ୨ ତାରିଖରେ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ସଦର ବିଧାୟକ, ସ୍ଥାନୀୟ ବୁଦ୍ଧିଜୀବି ଓ ବହୁ ନେତୃବୃନ୍ଦ ଯୋଗଦାନ କରିଥିଲେ।

ନାଗାବଳୀ ନଦୀରେ ହଠାତ୍ ପାଣି ମାଡ଼ି ଆସିବାରୁ ଫସିଲେ ୨ ଯୁବକ

ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ବନ୍ୟାପାଣି ଆସିଯିବାରୁ ନଦୀ ମଝିରେ ୨ ପର୍ଯ୍ୟଟକ ଫସି ଯାଇଛନ୍ତି।

ନଦୀ ମଝିରେ ଥିବା ଏକ ପଥର ଉପରେ ଏବେ ଦୁଇ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି।

ନାଗାବଳୀ ନଦୀରେ ହଠାତ୍ ପାଣି ମାଡ଼ି ଆସିବାରୁ ଫସିଲେ ୨ ଯୁବକ

ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ବନ୍ୟାପାଣି ଆସିଯିବାରୁ ନଦୀ ମଝିରେ ୨ ପର୍ଯ୍ୟଟକ ଫସି ଯାଇଛନ୍ତି।

ନଦୀ ମଝିରେ ଥିବା ଏକ ପଥର ଉପରେ ଏବେ ଦୁଇ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି।

Nuakhai wishes