କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଲୁରିଆ ଅରାଜି ଗାଁରେ ଏହି ଘଟଣା ଘଟିଛି।
ନାବାଳକ ଜଣକ କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା। ନାବାଳକ ଜଣକ କୁମ୍ଭୀର ସହ ଲଢେ଼ଇ କରି ମୁକୁଳି ଆସିଥିଲା। ଏହା ପରେ ତା ସାଙ୍ଗମାନେ ରକ୍ତାକ୍ତ ଅବସ୍ଥାରେ ନଦୀରୁ ଉପରକୁ ଆଣି ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ଏହା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।