ଅମ୍ରିତ ଉଦ୍ଧାର ନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି, ପିଲାକୁ ଯେଉଁଠି ରଖାଯାଇଥିଲା, ତାହା ୩/୪ ମାସ ହେଲା ଚାବି ପଡୁନଥିଲା, ଘରଟିକୁ ନେଇ ଯେଉଁ ଲୋକ ଗୋଦାମ କରିଥିଲା, ତାକୁ ଜେରା କରାଯାଉଛି।
ପିଲାଟି କାହା ନାଁ କହିପାରୁନି, ଯିବା ଦିନଠାରୁ ସେଠାରେ ଥିବା କହୁଛି, ପିଲାଟି ଭଲ ଅଛି, ତାକୁ ଟିକେ ବିଶ୍ରାମ ଦରକାର, ସୁସ୍ଥ ହେଲେ ଅଧିକ ତଥ୍ୟ ମିଳିବ। ଘରଟିକୁ ସିଲ୍ କରାଯାଇଛି, ସାଇଣ୍ଟିଫିକ୍ ଟିମ୍ ଡକାଯାଇଛି ବୋଲି ଏସପି କହିଛନ୍ତି।