କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଯାତ୍ରୀ ବାହି ବସ ଯାଞ୍ଚ ଆରମ୍ଭ ହୋଇଛି। ବସ ର ରୁଟ ପରମିଟ, ଫିଟନେସ, ଇନସ୍ୟୁିରାନ୍ସ, ଯାତ୍ରୀଙ୍କ ସୁରକ୍ଷା ଆଦି ବିଷୟରେ ଯାଞ୍ଚ କରାଯାଇ ଖିଲାପ କରିଥିବା ସମୁଦାୟ ୫୧ଟି ବସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାଲାଣ କଟା ଯାଇଥିବା ପରିବହନ ବିଭାଗ ପକ୍ଷରୁ ଜଣା ପଡ଼ିଛି।
ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କ ତତ୍ତ୍ଵାବଧାନରେ ଏହି ଚଢାଉ ଜାରି ରହିଛି।