ଲହଣ୍ଡାରେ ରେଲୱେ ବ୍ରିଜ ତଳେ ଫସିଲା ଟ୍ରକ୍

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଲହଣ୍ଡା ଗ୍ରାମ ରେଲୱେ ପୋଲ ତଳେ ଥିବା ଏନଏଚ ୫୨୦ରେ ଆଜି ଦୁଇଟି ଭାରୀ ଯାନ (ଟ୍ରଲର) ଏକ ସାଙ୍ଗରେ ପାର ହେବାକୁ ଉଦ୍ୟମ କରିବା ବେଳେ ଫସି ଯାଉଥିଲେ।

ଫଳରେ ରାସ୍ତା ବନ୍ଦ ହୋଇଯିବାରୁ ଯାତାୟତ ଠପ ହୋଇଯାଇଛି। ଟ୍ରକ୍ ଦୁଇଟିକୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ି ଅଟକି ରହିଛି। ବିକଳ୍ପ ରାସ୍ତା ନ ଥିବାରୁ ପ୍ରଶାସନ ଚିନ୍ତାରେ ରହିଛନ୍ତି। ଲୁହାପଥର ବୋଝେଇ ଟ୍ରକ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes