୨୦୨୧ ରେ ଫୋନ୍ ପାଇଁ ୩୫୨ଟି ସଡ଼କ ଦୁର୍ଘଟଣା

ଗାଡି ଚଳାଇବା ପୂର୍ବରୁ ଫୋନ୍କୁ ସୁରକ୍ଷିତ ରଖନ୍ତୁ l ଏହି ସମୟରେ ଆଦୌ ବ୍ୟବହାର କରନ୍ତୁ ନାହିଁ l ଗାଡି ରଖିଲା ପରେ ବ୍ୟବହାର କରନ୍ତୁ l କାରଣ ଓଡିଶାରେ ସଡକ ଦୁର୍ଘଟଣାର ଏକ ପ୍ରମୁଖ କାରଣ ହେଉଛି ଫୋନ୍ ବ୍ୟବହାର କରି ଗାଡି ଚଳାଇବା l

୨୦୨୧ ମସିହାରେ ମୋବାଇଲ୍ ଫୋନ୍ ବ୍ୟବହାର ହେତୁ ୩୫୨ ଟି ଦୁର୍ଘଟଣା ଘଟିଥିଲା l ସମୁଦାୟ ୧୨୬ ଜଣ ପ୍ରାଣ ହରାଇଥିଲେ ଏବଂ ୩୫୫ ଜଣ ଆହତ ହୋଇଥିଲେ l ତେଣୁ ଗାଡି ଚଳାଇବା ସମୟରେ ମୋବାଇଲ୍ ଠାରୁ ଦୂରେଇ ରୁହନ୍ତୁ ବୋଲି ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ସଚେତନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes