୧୫ରେ ଫିଲ୍ମ ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ ରିଲିଜ

୧୫ ତାରିଖ ସଂଧ୍ୟା ସାଢେ ୬ଟାରେ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ ଜୀସାର୍ଥକରେ ରିଲିଜ ହେବ l ଏଥିରେ କମେଡି କିଙ୍ଗ ପପୁ ପମପମଙ୍କ ସହ ଲୋକପ୍ରିୟ କମେଡି ଷ୍ଟାର ପ୍ରଜ୍ଞା ଖଟୁଆଙ୍କୁ ଦେଖିବାକୁ ମିଳିବ l ନାୟିକା ସାଜିଛନ୍ତି ପ୍ରିୟଙ୍କା ମହାନ୍ତି,ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର l

ପପୁ କାହାଣୀ ଲେଖିଥିବାବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି l ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ l ୩ଟି ଗୀତ ଥିବାବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes