ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ ନଗରପାଳଙ୍କୁ ଭେଟିଲା ଭଂଜସେନା

ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପାଳିକା ଅଞ୍ଚଳରେ ମାତ୍ରାଧିକ ହୋଲଡିଂ ଟିକସ ବୃଦ୍ଧିକୁ ଦୃଢ ବିରୋଧ କରି ଭଂଜସେନା ପକ୍ଷରୁ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନଗରପାଳଙ୍କୁ ଭେଟି ଆଲୋଚନା କରିଛନ୍ତି।

କରୋନା ମହାମାରୀରେ ଅର୍ଥନୀତି ରସାତଳଗାମୀ ହୋଇଛି ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଲାଗିଛି। କୋଭିଡ୍ କ୍ଷତାକ୍ତ ଅର୍ଥନୀତିକୁ ଭରଣା ପରି ଘଡିସନ୍ଧି ସମୟରେ ହୋଲଡିଂ ଟିକସକୁ ବହୁଗୁଣିତ କରି ଟିକସ ଆଦାୟ କରିବା ପ୍ରତିବାଦରେ ଏବଂ ଟିକସ୍ ବୃଦ୍ଧିର ପ୍ରତ୍ୟାହାରକୁ ନେଇ ଦାବି ଜଣାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes