ହୋଟେଲରେ କ୍ରିକେଟ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ବାରବାଟୀ ମ୍ୟାଚ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଖେଳାଳି ମାନେ ଭୁବନେଶ୍ୱରର ମେ -ଫେୟାର ହୋଟେଲରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି l

ପ୍ରତ୍ୟେକ ଖେଳାଳିଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦିଆଯାଇଥିବା ବେଳେ ଯୋଡି ଶଙ୍ଖ କଳାକାର ମାନେ ମଧ୍ୟ ନୃତ୍ୟ କରୁଥିଲେ l ହୋଟେଲ ସମ୍ମୁଖରେ ବହୁ ସଂଖ୍ୟକ ପ୍ରଶଂସକ ପ୍ରିୟ ଖେଳାଳି ମାନଙ୍କୁ ଦେଖିବାକୁ ଭିଡ଼ ଜମାଇଥିବା ବେଳେ କମିସନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes