ସ୍ଥାନୀୟ ମୋଚିବନ୍ଧ ହାଇସ୍କୁଲ ରେ ବୁଧବାର ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦ୍ୱିତି କୃଷ୍ଣ ବେହେରା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା ଯୋଗ ଦେଇ ବିଶ୍ଵ ସ୍ତର ରେ ହିନ୍ଦୀ ଭାଷାର ଗୁରୁତ୍ଵ ଓ ଏହାର ଉତ୍ପତ୍ତି ବିଷୟ ରେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦି ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର ହିନ୍ଦୀ ର ଆବଶ୍ୟକତା ବିଷୟ ରେ କହିଥିଲେ। କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ତଥା ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।