ନରସିଂହପୁର ହାତୀକୁ ଗୁଳି ମାରିବା ଘଟଣାରେ ତଦନ୍ତ ଚାଲିଛି, ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ।
ଅନ୍ୟପଟେ, ଯୁଦ୍ଧକାଳୀନ ଭିତ୍ତିରେ ଦନ୍ତାର ଚିକିତ୍ସା ଚାଲିଛି। ହାତୀ ଶରୀରରେ ୫ଟି ଦେଶୀ ଗୁଳି ବାଜିଥିବା ସୂଚନା ମିଳିଥିବା ବେଳେ ଗୁଳି ବାଜିଥିବା ସ୍ଥାନରେ ପୋକ ଲାଗି ଥିବା ସୂଚନା ମିଳିଛି।ଵସାତକୋଶିଆ ବନଖଣ୍ଡର ଏକ ଟିମ ଗତକାଲିଠୁ ହାତୀର ଚିକିତ୍ସା କରୁଛନ୍ତି ।