ଚଳଚ୍ଚିତ୍ର ‘ଭୋକ’କୁ ଅନ୍ତର୍ଜାତୀୟ ପୁରସ୍କାର

କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି l

ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଏକ ପୁରସ୍କାର ଲାଭ କରିଛି l ଜ୍ୟୋତି ପ୍ରଡକ୍ସନ୍-ର ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ, ଏବଂ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ l ମୁଖ୍ୟ ଭୂମିକାରେ ଅଭିନେତା ଅଙ୍କିତ କୁମାର, କାବ୍ୟ କିରଣ ଅଭିନୟ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes