ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦାବି ପତ୍ର ପ୍ରଦାନ

ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା ପକ୍ଷରୁ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର ପ୍ରତାରଣା ବିରୁଦ୍ଧରେ ସମସ୍ତ ଫସଲର ଏମ୍ଏସପି ଗ୍ୟାରେଣ୍ଟି ପାଇଁ ଆଇନଗତ ବ୍ୟବସ୍ଥା, ସମସ୍ତ କୃଷିରୁଣ ଛାଡ଼, ଆଦି ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି।

ସଂଯୁକ୍ତ କିଷାନ ମୋର୍ଚ୍ଚାର ପୁର୍ଣ୍ଣଚନ୍ଦ୍ର ରାଉତ, ପ୍ରକାଶ ମଲ୍ଲିକ, କହ୍ନେଇ ଚରଣ ସେଠୀ, ବିଷ୍ଣୁଶର୍ମା ସାହୁ, ଅନନ୍ତ ମହାନ୍ତ ଓ ମନୁ ନାଏକଙ୍କ ଆଦି ଶ୍ରୀମତୀ ମୁର୍ମୁଙ୍କୁ କେନ୍ଦୁଝର ସ୍ଥିତ ଅଫିସରେ ସାକ୍ଷାତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes