ଆଦିବାସୀ ଛାତ୍ରଛାତ୍ରୀମାନେ ଗତ ଶିକ୍ଷାବର୍ଷର ଷ୍ଟାଇପେଣ୍ଡ ଅର୍ଥ ବର୍ତମାନ ସୁଦ୍ଧା ପାଇ ପାରିନଥିବାରୁ ଏ ନେଇ ଆଜି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବାରିପଦାସ୍ଥିତ ୧୮ ନମ୍ବର ଜାତୀୟ ରାଜପଥ ଦାମଦରପୁର ଛକ ଠାରେ ରାସ୍ତା ଅବରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସମସ୍ୟାର ସମାଧାନ ନହେଲେ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।