ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଧର୍ମେନ୍ଦ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଓ ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ଉଲ୍ଲେଖ ରହିଛି।
ଏହା ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ୍ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ରିପୋର୍ଟ ଅନୁସାରେ ଏହା ଏକ ଆଣ୍ଟିମୋର୍ଟମ ଡେଥ୍ କେସ୍। ଉଲ୍ଲେଖଯୋଗ୍ୟ, ଜୀବୀତ ଅବସ୍ଥାରେ ଫାଶି ଲଗାଇ ପ୍ରାଣ ହରାଇବାକୁ ଆଣ୍ଟିମୋର୍ଟମ ଡେଥ୍ କୁହାଯାଏ। ଆଣ୍ଟିମୋର୍ଟମ ଥିବା ଏବଂ ଦେହରେ କ୍ଷତ ନଥିବାରୁ ଏହା ଏକ ଆତ୍ମହତ୍ୟା।