ଶୁଆ ଙ୍କୁ ନେଇ ୟୁ ଟ୍ୟୁବ୍ କରିବା ପଡ଼ିଲା ମହଙ୍ଗା

ଶୁଆଙ୍କୁ ନେଇ ୟୁଟ୍ୟୁବ୍ କରିବା କେନ୍ଦୁଝର ଜିଲ୍ଲା ବଂଶପାଲ ବ୍ଲକର ଚିନ୍ମୟ ମହାନ୍ତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଖିଲାପ କରି ଶୁଆଙ୍କୁ ନେଇ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଛାଡ଼ିଥିବା ନେଇ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ କେମିତି କଥା କହୁଛି ଶୁଆ ଓ କେମିତି କାନୁଡ଼ିବ ନାହିଁ ଶୁଆ ଶୀର୍ଷକ ଦୁଇଟି ଭିଡିଓ ୟୁ ଟ୍ୟୁବରେ ଛାଡିଥିଲେ। ଏହି ବିରଳ ପ୍ରଜାତିର ଶୁଆଙ୍କୁ ଶିକାର କରିବା ସହ ନିର୍ଯାତନା ଦିଆଯାଉଥିବା ନେଇ ପିସିସିଏଫଙ୍କ ନିକଟରେ ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes