ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ରେଭେନ୍ସା ଛାତ୍ର

ରେଭେନ୍ସା ବିଶ୍ବବିଦ୍ୟାଳୟରର ଆନ୍ଦୋଳନରତ ଓ ଅନଶନରେ ବସିଥିବା ଛାତ୍ରଙ୍କ ଏକ ପ୍ରତିନିଧି ମଣ୍ଡଳ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ପତ୍ର ଦେଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଛାତ୍ରମାନେ କହିଛନ୍ତି, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଛପଟ ଗେଟ (୪ ନଂ ଗେଟ୍‌)କୁ ସନ୍ଧ୍ୟା ୬ଟା ପରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହା ଛତ୍ରବଜାର, ମାଲଗୋଦାମ ନିକଟରେ ରହିଛି। ଏହି ପଟେ ଭାରିଯାନ, ମାଲପରିବହନ ଗାଡ଼ି ଯାତାୟାତ କରୁଛି। ଏହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ମୁଖ୍ୟ ଗେଟ୍ ଖୋଲିବାକୁ ଦାବି କରିଛନ୍ତି ଛାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes