ବ୍ରହ୍ମପୁର ଅଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ରାଗିଂ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି।
ଆଣ୍ଟି ରାଗିଂ କମିଟି ଗଠନ କରି ପିଲାଙ୍କୁ ଏଥିରୁ ନିବୃତ୍ତ କରାଇବାକୁ ପରାମର୍ଶ ଦେବା ସହ ରାଗିଂ ସୂଚନା ପାଇବା ମାତ୍ରେ ଅଭିଭାବକ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।