ଗତ ୪ ତାରିଖରେ କଟକ ଫିରିଙ୍ଗ ବଜାର ସ୍ଥିତ ଏକ ଗହଣା କାରଖାନାରୁ ହୋଇଥିବା ଚୋରି ଘଟଣାରେ ପୁରିଘାଟ ଥାନା ପୁଲିସ ଅଭିଯୁକ୍ତଠାରୁ ୯୦୦.୩୨ ଗ୍ରାମର ସୁନା ଜବତ କରିଛି।
କଲିକତାକୁ ଫେରାର ହୋଇ ଯାଇଥିବା ଅଭିଯୁକ୍ତ ସୁଶାନ୍ତ ଦାସକୁ ଗିରଫ କରିଛି କମିଶନରେଟ ପୁଲିସ। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ।