ମା ବନଦୁର୍ଗା ଙ୍କ ପୀଠରେ ନବ ଦିବସାତ୍ମାକ ବାସନ୍ତିକ ଦୂର୍ଗାପୂଜା ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ରାମେଶ୍ବର ସ୍ଥିତ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମାକ ବାସନ୍ତିକ ଦୁର୍ଗାପୂଜାର ପ୍ରଥମ ଦିବସରେ ମା ଶୈଳପୁତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ସକାଳୁ ମଙ୍ଗଳ ଆଳତି, ବାଳଭୋଗ କରାଯାଇ କଳଶ ପୂଜା ବରୁଣ ଆଦି ତୀର୍ଥ ଆବାହନ ପୂର୍ବକ ମା’ଙ୍କୁ ଶ୍ରୀ ସୁକ୍ତପାଠ, ଦେବୀ ଅଥର୍ବ ଶୀର୍ଷ, ନବାର୍ଣ୍ଣ ମନ୍ତ୍ର ବନଦୁର୍ଗାଙ୍କ ମନ୍ତ୍ରରେ ସହସ୍ର କୁମ୍ଭାଭିଷେକ କରାଯାଇଥିଲା। ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes