ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୪ ଗୁରୁତର

ପିକ୍ ଅପ୍ ଗାଡ଼ିରେ ମହାନଦୀକୁ ଗାଧୋଇ ଯିବା ହେଲା କାଳ । ଆଜି ବେଳାରେ ବୀରମହାରାଜପୁର ଥାନା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମର ୪ ଜଣ ବ୍ୟକ୍ତି ନିକଟସ୍ଥ ମହଦା ପଞ୍ଚାୟତ ଅନ୍ତର୍ଗତ ଆପଟନୁଆଁଗଡ ଗ୍ରାମର ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଉଥିଲେ । ତେବେ ଆପଟନୁଆଁଗଡ ଗ୍ରାମ ନିକଟରେ ପିକଅପ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ମୃତ୍ୟବରଣ କରିଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes