ଗତ ଦୁଇ ତାରିଖ ରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସ୍କୁଲ ସମସ୍ୟାକୁ ନେଇ ଅଭିଯୋଗ କରିବାକୁ ଆସିଥିବା ସଦର ବ୍ଲକ୍ ଡିମ୍ବୋ ପଂଚାୟତ ଅନ୍ତର୍ଗତ ଡିମିରୀମୁଣ୍ଡା ଗ୍ରାମର ଅଭିଭାବକଙ୍କୁ ପୋଲିସ ଦ୍ବାରା ଅଟକ ଘଟଣା ଜାତୀୟ ମାନବାଧିକାର କମିଶନ ଙ୍କ ନିକଟରେ ପହଁଚିଛି। ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକଙ୍କ ଅଭିଯୋଗକୁ ଗ୍ରହଣ କରି କମିଶନ ଆଜି ମାମଲା ରୁଜୁ କରିଛନ୍ତି।
ନିର୍ଯ୍ୟାତିତ ହୋଇଥିବା ପୀଡିତଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନ ନିକଟରେ ଆବେଦନ କରାଯାଇଛି।