ଛତିଶଗଡ଼ରେ ମାଓ ହମ୍ଲା ପରେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି ସହ ସବୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି।
ଏନେଇ ଏଡିଜି ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି, ସେମାନଙ୍କ ପ୍ରବେଶ ଅଟକାଇବାକୁ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି, ସୀମାନ୍ତ ଜିଲ୍ଲାର ଏସପିଙ୍କ ସହ ଭିସିରେ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି ସେ କହିଛନ୍ତି।