ମହିଳା ପାଲା ଗାୟିକାଙ୍କୁ ହତ୍ୟା, ପୁଲିସ ତଦନ୍ତ ଆରମ୍ଭ

କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ଆଜି ଜଣେ ପାଲା ଗାୟକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ସତ୍ୟଭାମା ସିଂ (୪୫) ବୋଲି ଜଣା ପଡିଛି। ତାଙ୍କର କ୍ଷତ ବିକ୍ଷତ ମୃତଦେହ ତାଙ୍କ ଘରୁ ମିଳିଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।

ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣା ସ୍ଥଳକୁ ଯାଇଥିବା ବେଳେ ମୃତ ଦେହ ଉଦ୍ଧାର କରି ହତ୍ୟାର କାରଣ ନେଇ ତଦନ୍ତ ଚାଲିଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes