ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୪ ତମ ସ୍ଥାପନା ଦିବସରେ କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ ୨ ତରଫରୁ ରଙ୍ଗେଇଲୁଣ୍ଡା ଗ୍ରାମ ଠାରେ କୃଷି ମେଳା ଅନୁଷ୍ଠିତ ହୋଇଥିଲା।
ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ହଳର ସୁପରିଚାଳନା ଏବଂ ଫସଲର ବିବିଧତା ଉପରେ ଆଲୋକପାତ କରିବା ସହ ନୂତନ ଜ୍ଞାନ କୌଶଳର ସଫଳ ରୂପାୟନ କରି ନିଜର ଆୟକୁ ଦ୍ଵି ଗୁଣିତ କରିବା ପାଇଁ ଉପଦେଶ ଦେଇଥିଲେ।