ବ୍ଲକ ସ୍ୱେଚ୍ଛାଗ୍ରାହୀ ସଙ୍ଘର ଆନ୍ଦୋଳନ ଚେତାବନୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ୱଚ୍ଛ ଭାରତ ଅଭିଯାନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ସ୍ୱେଚ୍ଛାଗ୍ରାହୀ ପ୍ରବର୍ତ୍ତକ ମାନଙ୍କ ଏକ ଜରୁରୀ ବୈଠକ ମଙ୍ଗଳବାର ଜଟେସିଂହା ପଞ୍ଚାୟତର ଚନ୍ଦଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ୱେଚ୍ଛାଗ୍ରାହୀ ସଙ୍ଘର ସଭାପତି ବ୍ୟାସଦେବ ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ୱେଚ୍ଛାଗ୍ରାହୀ ପ୍ରବର୍ତ୍ତକମାନେ ଦୀର୍ଘ ବର୍ଷ ହେଲା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ କାର୍ଯ୍ୟକରି ଆସୁଥିଲେ ହେଁ ସେମାନଙ୍କ ପ୍ରତି ସରକାରଙ୍କ ଅଣଦେଖା ଓ ଅବହେଳା ନେଇ ଉଦବେଗ ପ୍ରକାଶ ପାଇଥିଲା ଓ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes