ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ସମ୍ମାନ ବିଭାଗର ସମ୍ମାନ ବିଭାଗରେ ନୂତନ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣେଇ ମଙ୍ଗଳବାର ନବୀନ ବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ଏଥିରେ ସଭାପତିତ୍ଵ କରି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମନା ଏବଂ ପରିଶ୍ରମୀ ହେବାପାଇଁ ଦିଗଦର୍ଶନ ଦେଇଥିଲେ । ଏଥିରେ ଇଂରାଜୀ ଅଧ୍ୟାପକ ବିଜୟ ପୁରୋହିତ, ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟନାରାୟଣ ପଣ୍ଡା, ଅଧ୍ୟାପକ ପ୍ରକାଶ ସେଠ, ସଞ୍ଜୟ ପ୍ରଧାନ, ଅଧ୍ୟାପିକା ଯାମିନୀ ଦାସ ପ୍ରମୁଖ ମତବ୍ୟକ୍ତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes