ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସ୍ଥିତ ତୋଫାନ ଯୁବକ ସଂଘ ଘଣ୍ଟପଡ଼ା ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ସହଯୋଗରେ ଆଜି ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଛି।
ଏଥିରେ ଘଣ୍ଟପଡା ଗ୍ରାମ୍ୟ କମିଟିର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସଙ୍ଘର ସଦସ୍ୟବୃନ୍ଦ ଘଣ୍ଟପଡା ଗ୍ରାମ ପରିକ୍ରମା କରି ସାଇକେଲ ଚଲେଇବା ଦ୍ଵାରା କଣ ଉପକାର ହୁଏ ସେନେଇ ଲୋକମାନଙ୍କୁ ସଚେତନତା କରାଇଥିଲେ।