ବିଶ୍ଵବିଦ୍ୟାଳୟର ୨୬ ଜଣିଆ ବିସିଜେଡି କ୍ୟାମ୍ପସ୍ କମିଟି ଗଠିତ

ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ କମିଟି ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି ବିସିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଉକ୍ତ କମିଟିରେ ଅଭିଷେକ ପଣ୍ଡାଙ୍କୁ ଆବାହକ, ଜ୍ୟୋତିପ୍ରଜ୍ଞା ଓ ପୃଥ୍ୱୀରାଜଙ୍କୁ ସହ ଆବାହକ ସମେତ ସମୁଦାୟ ୨୬ଜଣ କମିଟିରେ ରହିଛନ୍ତି।

ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସମସ୍ୟାର ସମାଧାନ ଏବଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କଳାକୁ ବିକଶିତ କରିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅଭିନବ ପ୍ରୟାସ କରିଥିବା ବିସିଜେଡି ପକ୍ଷରୁ କୁହାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes