ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରିବ ଭଞ୍ଜସେନା

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ହେଉଛି ଫୁଟବଲର ଏନ୍ତୁଡ଼ିଶାଳ। ତେବେ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଅଭିନବ ଭାବେ ଆନ୍ଦୋଳନ କରିବା ନେଇ ଭଞ୍ଜସେନା ପକ୍ଷରୁ ପ୍ରେସ ବିବୃତ୍ତିରେ ଆଦିବାସୀ ଶାଖା ସଭାପତି ବାଜୁନ ହାଂସଦା କହିଛନ୍ତି।

ଦାବି ଉପସ୍ଥାପନ ପାଇଁ ଅକ୍ଟୋବର ମାସ ୭ ତାରିଖ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫୁଟବଲ ଖେଳାଳୀ ମାନେ ଖେଳ ପୋଷାକ ସହ ଫୁଟବଲ ମ୍ୟାଚ ଖେଳି ଅଭିନବ ପ୍ରତିବାଦ କରିବେ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes