ବିମାନ ଦୁର୍ଘଟଣାରେ ନିଖୋଜ ଚାରି ଓଡ଼ିଆ ବିନିକାର ବାସିନ୍ଦା

ଆଜକ ନେପାଳରେ ଏକ ବିମାନ ଦୁର୍ଘଟଣାରେ ନିଖୋଜ ଥିବା ଚାରି ଜଣ ଓଡ଼ିଆ ଅଶୋକ ତ୍ରିପାଠୀ, ରୁତିକା ତ୍ରିପାଠୀ, ଧନୁଷ ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀ ସୋନପୁର ଜିଲ୍ଲା ବିନିକାର ମୂଳ ବାସିନ୍ଦା ବୋଲି ଜଣାପଡିଛି l

ସେମାନଙ୍କ ଘର ବିନିକା ଟାଉନ ଥାନା ପାଖ ପ୍ୟାଲେସ ଗାର୍ଡେନରେ ହୋଇଥିବା ବେଳେ ଅଶୋକ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ଗଙ୍ଗାଧର ନଗରରେ ରହୁଥିଲେ ଇନଫୋସିଟି କ୍ୟାମ୍ପସରେ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ l ତେବେ ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଓ ଝିଅ ରୁତିକା ମୁମ୍ବାଇର ଥାନେରେ ରହୁଥିଲେ l ଅଶୋକ ପରିବାର ସହ ନେପାଳ ବୁଲିବାକୁ ଯାଇଥିବା ବେଳେ ଆସନ୍ତା 8 ତାରିଖରେ ଫେରିବାର ଥିଲା ବୋଲି ପରିବାର ସୂତ୍ରରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes