ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା ଶନିବାର ବୀରମହାରାଜପୁର ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପୁରୁଷ ଓ ମହିଳା ଛାତ୍ରାବାସ ନିର୍ମାଣ ତଥା ହରିହର ଯୋରରେ ନିର୍ମାଣ ହେବାକୁ ଥିବା ବାଗବର – ତେନ୍ତ୍ତୁଲିମହଦା ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ଜଣାଯାଇଛି । ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ ହେବାକୁ ଥିବା ୨ଟି ଛାତ୍ରାବାସ ନିମନ୍ତେ ସମୁଦାୟ ୯ କୋଟି ଓ ବିଜୁ ସେତୁ ଯୋଜନାରେ ଉଚ୍ଚ ସ୍ତର ସେତୁ ନିର୍ମାଣ ନିମନ୍ତେ ୧୫ କୋଟି ୨୦ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes