ଭୋଗରାଇ ବ୍ଲକ ଆରୁହାବର୍ତ୍ତୀ ଗ୍ରାମ ପଂଚାୟତର ବାରବାଟୀଆ ଗ୍ରାମର ଜୈନିକ ଯୁବକ ପ୍ରଶାନ୍ତ କୁମାର ପାଳ ହୁଡ଼ାପାଳ ବଜାରକୁ ମାର୍କେଟିଙ୍ଗ କରିବା ପାଇଁ ଆସିଥିବା ବେଳେ ଅଚାନକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆରୁହାବୃତ୍ତି ଗ୍ରାମ ର ପ୍ରଦୀପ ଚନ୍ଦ (ଚଗଲା )ପ୍ରଶାନ୍ତଙ୍କ ମୁଣ୍ଡ ଉପରେ ଧାରୁଆ କଟୋରି ରେ ଆକ୍ରମଣ କରିଥିଲେ ଘଟଣା ସ୍ଥଳେ ପ୍ରଶାନ୍ତ ତଳେ ପଡିଯାଇଥିଲେ ।
ପ୍ରଶାନ୍ତ ଅବସ୍ଥାରେ ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।