ଗଜପତିରେ ପୁଲିସ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ନେଇ ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ, ଏଠି ହିଟ୍ ଆଣ୍ଡ ରନ୍ ଲାଗୁ ହେବ ନା ନାହିଁ, ବିନା ୟୁନିଫର୍ମରେ ପୁଲିସ କାହିଁକି ଗାଡ଼ିରେ ବସିଥିଲେ।
ପାଣ୍ଡିଆନଙ୍କ ଗସ୍ତ ପାଇଁ ପୁଲିସ ସେଠି କଭର କରୁଥିଲା। ପାଣ୍ଡିଆନ ଗାଡ଼ିରେ ଥିଲେ କି ନଥିଲେ ତାହା ପୋଲିସ ସ୍ପଷ୍ଟ କରିବ। ମୃତକଙ୍କ ପରିବାରକୁ ଭେଟିବା କଣ ପାଣ୍ଡିଆନଙ୍କ ଦାୟିତ୍ୱ ନୁହେଁ। ଏହା ସାଧାରଣ ଘଟଣା ନୁହେଁ, ୧ କୋଟି କ୍ଷତିପୂରଣ ଦିଆଯାଉ କହିଛନ୍ତି ବିଜୟ ପଟ୍ଟନାୟକ।